ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ
Advertisement
trendingNow11121844

ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ

Russia-Ukraine War: ୟୁକ୍ରେନର ରାଷ୍ଟ୍ରପତି (Ukraine President) କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ (Russia) ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି, ଯାହାର ପରିଣାମ ସମସ୍ତ ଋଷୀୟ ଲୋକ ଅନୁଭବ କରିବେ । ଋଷର ନାଗରିକମାନେ ଋଷର ନେତାମାନଙ୍କୁ ଘୃଣା କରିବେ, ଯାହାଙ୍କୁ ସେମାନେ ଦୀର୍ଘ ବର୍ଷ ଧରି ପ୍ରତିଦିନ ଠକି ଆସୁଛନ୍ତି ।

ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଯିବା ସହ ବହୁତ ଧନ ସମ୍ପତ୍ତିର କ୍ଷୟକ୍ଷତି ଘଟିଛି । ଋଷ ସେନା (Russian Army) ଲଗାତର ୟୁକ୍ରେନର ରାଜଧାନୀ କୀଭ (Kyiv) ଉପରେ ଆକ୍ରମଣ ଜାରି ରଖିଛି । କିନ୍ତୁ ଋଷକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଡ଼ ସଫଳତା ମିଳିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧକୁ ନେଇ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ (Russian Foreign Minister Sergei Lavrov) କହିଛନ୍ତି ଯେ, ଆମେ ବର୍ତ୍ତମାନର ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛୁ, କେବେବି ଯୁଦ୍ଧ ଚାହିଁ ନାହୁଁ । 

ଋଷର ସରକାରୀ ଖବର ସରବରାହ ସଂସ୍ଥା TASS ଲାଭରୋଭ (Sergei Lavrov) ଙ୍କ ବୟାନକୁ ନେଇ ଏହି ରିପୋର୍ଟ କରିଛି । TASS ଅନୁଯାୟୀ, ସରୋଜ ଲାଭରୋଭ କହିଛନ୍ତି ଯେ ମସ୍କୋ (Moscow) କେବେବି ଯୁଦ୍ଧ ଚାହିଁ ନାହିଁ ଓ ବର୍ତ୍ତମାନର ସଂଘର୍ଷକୁ ଶେଷ କରିବାକୁ ଚାହୁଁଛି ।

ସେପଟେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukraine President Volodymyr Zelensky) ଋଷର ନେତାମାନଙ୍କୁ କହିଛନ୍ତି ଯେ, ତାଙ୍କ ଦେଶ ଦ୍ୱାରା ୟୁକ୍ରେନ (Ukraine) ଉପରେ କରାଯାଇଥିବା ଆକ୍ରମଣର ସେମାନଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ଓ  ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ତାଙ୍କ ଲୋକମାନେ ସେମାନଙ୍କୁ ଘୃଣା କରିବେ । ଭୋଲୋଡିମିର ଜେଲେନସ୍କି ଗୁରୁବାର ଏକ ଭିଡିଓରେ କହିଛନ୍ତି, ଆପଣ (ଋଷ) ଙ୍କ ଉପରେ ନିଶ୍ଚିତ ଭାବେ ଯୁଦ୍ଧ ଅପରାଧରେ ଜଡ଼ିତ ପାଇଁ ମକଦ୍ଦମା ଚାଲିବ ।

ୟୁକ୍ରେନର ରାଷ୍ଟ୍ରପତି (Ukraine President) କହିଛନ୍ତି ଯେ, ଏହି ଆକ୍ରମଣ ଯୋଗୁଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ (Russia) ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି, ଯାହାର ପରିଣାମ ସମସ୍ତ ଋଷୀୟ ଲୋକ ଅନୁଭବ କରିବେ । ଋଷର ନାଗରିକମାନେ ଋଷର ନେତାମାନଙ୍କୁ ଘୃଣା କରିବେ, ଯାହାଙ୍କୁ ସେମାନେ ଦୀର୍ଘ ବର୍ଷ ଧରି ପ୍ରତିଦିନ ଠକି ଆସୁଛନ୍ତି ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଭାଗବନ୍ତ ମାନ, ଯାହାଙ୍କୁ ମିଳୁଛି ପଞ୍ଜାବ ସିଏମର ଗାଦି

ଏହା ବି ପଢ଼ନ୍ତୁ:-ବଡ଼ ଖୁସି ଖବର, ମାର୍ଚ୍ଚ ୧୬ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଉପହାର! ଖାତାରେ ଆସିବ ପୂରା ୩୮,୬୯୨ ଟଙ୍କା

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

 

ୟୁକ୍ରେନ-ଋଷ ବାର୍ତ୍ତା ଅସଫଳ

ଏଥି ସହିତ ୟୁକ୍ରେନର ବୈଦେଶିକ ମନ୍ତ୍ରୀ (Ukraine foreign minister) କହିଛନ୍ତି ଯେ ମସ୍କୋ ଓ କୀଭର ବରିଷ୍ଠ କୂଟନୀତିଜ୍ଞଙ୍କ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ହୋଇଥିବା ଆଲୋଚନାର କୌଣସି ଫଳାଫଳ ବାହାରି ନାହିଁ । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା (Dmitro Kuleba) କହିଛନ୍ତି ଯେ ଗୁରୁବାର ତୁର୍କୀରେ ସେ ଋଷର ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସହ ମାନବିକ କରିଡର ତଥା ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଆଲୋଚନା କରିଛନ୍ତି ।

Trending news